ସାମାଜିକ ଉତ୍ତରଦାୟିତ୍ୱ

         କେବଳ ସୁବିଧାରେ ଲୋକମାନଙ୍କ ପାଖରେ ଇ-ବୁକ୍ ମାଧ୍ୟମରେ ସୂଚନା ପହଞ୍ଚାଇବା ଆମର ଲକ୍ଷ୍ୟ ନୁହେଁ. ଇ-ବୁକ୍ ପ୍ରକାଶନ, ବିଜ୍ଞାପନ, ପାରିଶ୍ରମିକ, ରୟାଲିଟି ଓ ଅନ୍ୟାନ ଆବଶକୀୟ ଖର୍ଚ୍ଚ ବାଦ୍ ଯିବାପରେ ଅବଶିଷ୍ଟ ଅର୍ଥରୁ ୨୫ପ୍ରତିଶତ ଯାଏ ସାମାଜିକ ଉତ୍ଥାନ, ସଚେତନତା ଏବଂ ପ୍ରଶିକ୍ଷଣ ଆଦି କାର୍ଯ୍ୟକ୍ରମ ରେ ଖର୍ଚ୍ଚ କରାଯାଇଥାଏ. 

ନିମ୍ନ ରେ କିଛି ଫଟୋ ମାଧ୍ୟମରେ କାର୍ଯ୍ୟକ୍ରମର ବାର୍ତ୍ତା 

ନୟାଗଡ ରେ "ସେବା ପ୍ରତିଷ୍ଠାନ"ରେ ରହୁଥିବା କିଛି ଅନ୍ତୋବାସୀ ପିଲାମାନଙ୍କ ସହିତ:- 


    ନୟାଗଡ଼ ଟାଉନ ବସ୍ ଷ୍ଟାଣ୍ଡ ଠାରୁ ଜଗନ୍ନାଥ ମନ୍ଦିର ରାସ୍ତା ଦେଇ ମାତ୍ର କିଛି ବାଟ ଗଲେ ଡାହାଣ ପାଖରେ ପଡିଥାଏ "ସେବା" ଅନୁଷ୍ଠାନ. ଏଠାରେ ଦିବ୍ୟାଙ୍ଗ ମାନଙ୍କ ପାଇଁ ରହିଛି ଏକ ସ୍ୱତନ୍ତ୍ର ବିଦ୍ୟାଳୟ ଏହା ସହିତ କାମ କରୁଛି ଏକ "ସେବା ଅନାଥାଶ୍ରମ". ସମାଜରେ ଅବହେଳିତ, ଦୁଃସ୍ଥ ଓ ପିତାମାତା ନଥିବା ପିଲାମାନଙ୍କୁ ଏଠାରେ ରହିବା, ଖାଇବା ଓ ଶିକ୍ଷା ର ବ୍ୟବସ୍ଥା କରାଯାଉଛି. ଏଠାରେ ପିଲାମାନଙ୍କ ସହିତ କିଛି ବିଶେଷ ମୁହୂର୍ତ୍ତ ବିତାଇବାର ସୁଯୋଗ ମିଳିବା ସହିତ ଏହି ପ୍ରତିଷ୍ଠାନର କର୍ମକର୍ତ୍ତା ମାନଙ୍କ ସହିତ ମିଶି ମନକୁ ଅଶେଷ ଆନନ୍ଦ ମିଳିଲା. 
ଯଦି କିଛି ସହଯୋଗ ଆପଣ ଦେବାକୁ ଚାହାଁନ୍ତି ତେବେ ଅନୁଷ୍ଠାନ କର୍ମକର୍ତ୍ତା ମାନଙ୍କ ସହିତ ଯୋଗାଯୋଗ କରିପାରିବେ - 
ଅମରେନ୍ଦ୍ର ବାବୁ - 9437827981,  ସଞ୍ଜୟ ବାବୁ - 9438296254

     କିମ୍ବା ତଳ "ଡୋନେଟ୍" (donate) ବଟମ୍ ରେ କ୍ଲିକ୍ କରି ପେମେଣ୍ଟ୍ କରିଲେ ଏହି ପ୍ରକାର କାର୍ଯ୍ୟକ୍ରମରେ ଆପଣଙ୍କ ଅର୍ଥରାଶି ବିନଯୋଗ କରାଯାଇ ଆପଣଙ୍କୁ ଏହାର ଫଟୋ କପି ପଠାଇ ଦିଆଯିବ. 


ଯାଜପୁର "ବ୍ୟାସଭୂମି ସେବାଶ୍ରମ" ଅନ୍ତୋବାସୀ ପିଲାମାନଙ୍କ ସହିତ:-

      ଯାଜପୁର ରୋଡ଼ ଠାରୁ ରେଲୱେ ବାଇପାସ ସାଇ ମନ୍ଦିର ରାସ୍ତା ଦେଇ କିଛି ବାଟ ଗଲେ ପଡିଥାଏ "ବ୍ୟାସଭୂମି ସେବାଶ୍ରମ". ଏଠାରେ ସମାଜରେ ଅବହେଳିତ, ଦୁଃସ୍ଥ ଓ ପିତାମାତା ନଥିବା ପିଲାମାନଙ୍କୁ ଏଠାରେ ରହିବା, ଖାଇବା ଓ ଶିକ୍ଷା ର ବ୍ୟବସ୍ଥା କରାଯାଉଛି. ଏଠାରେ ପିଲାମାନଙ୍କ ସହିତ ଅନେକ ସମୟରେ କିଛି ବିଶେଷ ମୁହୂର୍ତ୍ତ ବିତାଇବାର ସୁଯୋଗ ମିଳିବା ସହିତ ଏହି ପ୍ରତିଷ୍ଠାନର କର୍ମକର୍ତ୍ତା ମାନଙ୍କ ସହିତ ମିଶି ମନକୁ ଅଶେଷ ଆନନ୍ଦ ମିଳିଥାଏ. 
ଯଦି କିଛି ସହଯୋଗ ଆପଣ ଦେବାକୁ ଚାହାଁନ୍ତି ତେବେ ଅନୁଷ୍ଠାନ ସହିତ ଯୋଗାଯୋଗ କରିପାରିବେ - 
କାର୍ତ୍ତିକ ବାବୁ - 7377358979
    କିମ୍ବା ତଳ donate " ଡୋନେଟ୍ " ବଟମ୍ ରେ କ୍ଲିକ୍ କରି ପେମେଣ୍ଟ୍ କରିଲେ ଏହି ପ୍ରକାର କାର୍ଯ୍ୟକ୍ରମରେ ଆପଣଙ୍କ ଅର୍ଥରାଶି ବିନଯୋଗ କରାଯାଇ ଆପଣଙ୍କୁ ଏହାର ଫଟୋ କପି ପଠାଇ ଦିଆଯିବ. 



نموذج الاتصال