ବିଜିନେସ୍ ଆଇଡ଼ିଆ ପ୍ଲାନ ଓ ସଫଳତା

 

କାହାକୁ ରାତାରାତି ସଫଳତା ମିଳି ନଥାଏ I ଏଥିପାଇଁ ଅନେକ ପରିଶ୍ରମ କରିବାକୁ ପଢ଼ିଥାଏ I ଛାନ୍ଦଗ୍ୟୋ ଉପନିଷଦରେ ଏକ ବାଣୀ ରହିଛି "କ୍ରତୁମୟଃ ପୁରୁଷ" ଅର୍ଥାତ୍ ମଣିଷ ନିଜ ଦୃଢ଼ ସଂକଳ୍ପଶକ୍ତି ଦ୍ୱାରା ଗଢ଼ିହୁଏ I କାମ କରିବାର ପ୍ରବଳ ଆଗ୍ରହ ବା ଇଚ୍ଛାଶକ୍ତି ଦ୍ୱାରା, ଏହି ଦୃଢ଼ ସଂକଳ୍ପ ଆସିଥାଏI ସ୍ୱାମୀ ବିବେକାନନ୍ଦ କହୁଥିଲେ "ଯଦି ତୁମର ଭାବନା, ବାକ୍ୟ ଓ କର୍ମ ଏହି ତିନୋଟି ଯାକ ଏକାକାର ହୋଇଯିବ, ତେବେ ପାଣି ପରି ଟଙ୍କା ତୁମ ପାଦ ତଳେ ଅଜାଡି ହୋଇ ପଡିବ"I

ପ୍ରକୃତରେ ଦୁନିଆରେ କାମର ଅଭାବ ନାହିଁ, ଅଭାବ ଅଛି ତ ପୁରୁଷାର୍ଥୀ, ପରିଶ୍ରମୀ ଏବଂ ସଚ୍ଚୋଟ ଲୋକଙ୍କର I ଏମିତି ଲୋକଙ୍କୁ କିଛି ବି କାମ ମିଳିଯାଉ ତାକୁ ସେମାନେ ପୂର୍ଣ୍ଣ ପ୍ରାଣରେ କରନ୍ତି ଓ ସଫଳତା ପାଇଥାଆନ୍ତି I କିନ୍ତୁ ଅଳସୁଆ, କାମ କରୁନଥିବା ଲୋକ, ନିଜକୁ ଅଯୋଗ୍ୟ ଭାବୁଥିବା ଲୋକ ଏବଂ ଆତ୍ମ ବିଶ୍ୱାସ ନଥିବା ଲୋକମାନେ ନିଜ ଅସଫଳତା ପାଇଁ ନିଜର ଭାଗ୍ୟକୁ, ସମାଜକୁ ଆଉ ଶାସନ ବ୍ୟବସ୍ଥାକୁ ଦାୟୀ କରିଥାନ୍ତି I ତଥାପି ଅନେକ ପ୍ରତିବନ୍ଧ ସତ୍ୱେ ବି ଉଦଯୋଗୀ ଓ ପରିଶ୍ରମୀ ଲୋକକୁ ସଫଳତା ମିଳିଯାଇଥାଏ I

କୌଣସି କାମକୁ ଛୋଟ ମଣୁଥିବା ଲୋକମାନେ କେବେବି ସଫଳତା ପାଇ ନଥାନ୍ତି, ନିଜ କାମକୁ ମହାନ ଭାବୁଥିବା ଲୋକମାନେ, ଆଜି ଏସବୁ କାମକୁ ବଡ଼ କରି ଦେଇଛନ୍ତି I କୌଣସି କାମ ଛୋଟ ହୋଇନଥାଏ, ବରଂ ସେହି କାମ କରୁଥିବା ଲୋକର ସେହି କାମ ପ୍ରତି ଥିବା ଶ୍ରଦ୍ଧା, ବିଚାର ଏବଂ ଯୋଜନା ହିଁ କାମର ପରିଣାମ ଦେଇଥାଏ I ଯଦି ତୁମେ ପରିଶ୍ରମୀ, ଯଦି ତୁମର ସେହି କାମ ପ୍ରତି ଶ୍ରଦ୍ଧା ରହିଛି, ଯଦି ତୁମ ଠାରେ ପୁରା ବିଶ୍ୱାସ ରହିଛି, ଯଦି ସେହି କାମକୁ ନେଇ ତୁମର ଭଲ ସ୍ୱପ୍ନ ଓ ଯୋଜନା ରହିଛି ତେବେ ସଫଳତା ପାଇବା ପାଇଁ ତୁମକୁ କେହି ରୋକିପାରିବେ ନାହିଁ I

ଥରେ ଏହି ସମାଜ ଓ ବଜାର ଉପରେ ଆଖି ପକାଅ, ତୁମେ ଦେଖି ପାରିବ ସବୁ ପ୍ରକାର ବ୍ୟବସାୟ ଏଠି ଚାଲୁଛି, ସବୁ ବିକ୍ରି ହେଉଛି I ଯେଉଁ କାମ ତୁମ ଦ୍ୱାରା ହୋଇପାରିବ ନାହିଁ ବୋଲି ଭାବୁଛ ଦେଖ ସେହି କାମକୁ କେହି ନା କେହି ଆଜି କରି ସଫଳତା ପାଇଛି I ଦେଖନ୍ତୁ କାମ ତ ସେହି ଏକା, କିନ୍ତୁ ଏହା କରିପାରିବ ବୋଲି ତୁମର ବିଶ୍ୱାସ ଆସୁନାହିଁ ହେଲେ ଆଉ ଜଣେ କରି ସଫଳତା ପାଉଛି I ଅର୍ଥାତ ତୁମର ଏବଂ ସେହି ବ୍ୟକ୍ତି ଭିତରେ ଥିବା ତଫାତକୁ ଏବେ ତର୍ଜମା କରିବାର ବେଳ ଆସିଛି I ତୁମ ଦୁଇ ଜଣଙ୍କ ଭିତରେ କି କି ତଫାତ୍ ରହିଛି, ବିଶ୍ୱାସରେ, ପରିଶ୍ରମରେ ନା ଯୋଜନାରେ ନା ପରିଚାଳନାରେ I

ଏହି ପୁସ୍ତକରେ ଏମିତି କିଛି ବିଷୟ ଉପରେ ଆମେ ଆଲୋଚନା କରିବା I ଆଲୋଚନା କରିବା କିପରି ଏକ ଭଲ ବିଜିନେସ୍ ଆଇଡ଼ିଆ ପ୍ରସ୍ତୁତ କରିବା, କିପରି ଯୋଜନା କରିବା, କିପରି କାମ ଆରମ୍ଭ କରିବା, ପରିଚାଳନା କେମିତି କରିବା ଓ ଏଥିରେ କେମିତି ସଫଳତା ପାଇବା I ଆମର ସମୟକୁ ଓ ଶ୍ରମକୁ କେମିତି ପରିଚାଳନା କରିବା I କରୁଥିବା କାମରେ କି କି ପରିବର୍ତ୍ତନ ଆଣିଲେ ଆମେ ବି ସଫଳତାର ସ୍ୱାଦ ଚାଖିପାରିବା I


ଏହି ବହିରେ ନିମ୍ନ ବିଷୟରେ ଆଲୋଚନା କରାଯାଇଛି 

  • ବିଜିନେସ୍ ବା ଉଦ୍ୟୋଗୀତା କାହିଁକି?
  • ବିଜିନେସର ଗୁରୁତ୍ୱ 
  • ଉଦ୍ୟୋଗୀ/ ବିଜିନେସମ୍ୟାନ ହେବା ପାଇଁ ଗୁଣଗୁଡିକ କ’ଣ?  
  • ଜଣେ ଉଦ୍ୟୋଗୀ/ବିଜିନେସମ୍ୟାନ ହେବାକୁ ତୁମେ କ’ଣ ପ୍ରସ୍ତୁତ ଅଛ?
  • ବିଜିନେସ୍ ପାଇଁ ସମୟ
  • ବ୍ୟବସାୟର କ୍ଷେତ୍ର ବା ବର୍ଗ 
  • ବିଜିନେସ୍ ଆଇଡ଼ିଆ 
  • ବିଜିନେସ୍ ଆଇଡ଼ିଆ ପାଇଁ W ଏବଂ H ପ୍ରଶ୍ନବାଚକ ପ୍ରକ୍ରିୟା
  • ବିଜିନେସ୍ ଆଇଡ଼ିଆ ସୃଷ୍ଟି କରିବାର ଉପାୟ
  • ସ୍ଥାନୀୟ ସମ୍ବଳ ଗୁଡିକର ବ୍ୟବହାର
  • ଆପଣଙ୍କ ପାଇଁ ସବୁଠୁ ଭଲ ବିଜିନେସ୍ ଆଇଡ଼ିଆ କ’ଣ?
  • SWOT ବିଶ୍ଳେଷଣ
  • ବ୍ୟବସାୟ ଯୋଜନା
  • ବିଜିନେସ୍ ପ୍ଲାନ ପାଇଁ ସୂଚନା କେଉଁଠୁ ମିଳିପାରିବ?
  • ମାର୍କେଟିଙ୍ଗ ପ୍ଲାନ
  • ମାର୍କେଟ ରିସର୍ଚ୍ଚ 
  • ମାର୍କେଟିଂର ୭P
  • ବିକ୍ରୟ ଆକଳନ
  • କର୍ମଚାରୀ
  • ସଂଗଠନ ଏବଂ ପରିଚାଳନା
  • ଆଇନଗତ ଦାୟିତ୍ୱ ଏବଂ ବୀମା
  • ବ୍ୟବସାୟ ପାଇଁ କିଣିବା
  • ବ୍ୟବସାୟକୁ ସବୁଜ କରିବା
  • ଖର୍ଚ୍ଚ ଆକଳନ
  • ଆର୍ଥିକ ଯୋଜନା
  • ଷ୍ଟାର୍ଟ ଅପ୍ କ୍ୟାପିଟାଲ୍/ ବ୍ୟବସାୟ ପାଇଁ ଅର୍ଥ 
  • ପ୍ରୋଜେକ୍ଟ ରିପୋର୍ଟ
  • ବ୍ୟବସାୟ ନାମ
  • ଆବଶ୍ୟକ ଆସବାବପତ୍ର, ରେଜିଷ୍ଟର ଏବଂ ଅନ୍ୟାନ୍ୟ ସାମଗ୍ରୀ
  • ପ୍ରଭାବଶାଳୀ ଯୋଗାଯୋଗ ପ୍ରଣାଳୀ
  • ଅଫିସ୍ ନିୟମ ଏବଂ ନିୟମାବଳୀ
  • ଏହି ସାତଟି ବିଷୟକୁ ବିଶେଷ ଧ୍ୟାନ ଦିଅନ୍ତୁ
  • ସଫଳତାର ପାଞ୍ଚଟି ଗୁଣ
  • ସ୍ମାର୍ଟ ୱାର୍କ
  • ଯେକେହି ବି ସଫଳତା ହାସଲ କରିପାରିବେ


ପିଡିଏଫ କପି ବା ଇ-ବୁକ୍ ଅର୍ଡର୍ ଓ ଡାଉନଲୋଡ୍ କେମିତି କରିବେ

ଏହି ବହିର ପିଡିଏଫ କପି ବା ଇ-ବୁକ୍ ଅର୍ଡର୍ କଲେ ଏହାର pdf ଫର୍ମାଟ ମୋବାଇଲରେ ଡାଉନଲୋଡ୍ ହୋଇଯିବ ଏବଂ ୩୬ଘଣ୍ଟା ମଧ୍ୟରେ ଇ-ମେଲକୁ ମେଲ୍ କରିଦିଆଯିବ I ଏହାକୁ ଅର୍ଡର୍ କରିବାକୁ ତଳ ଫଟୋରେ କ୍ଲିକ୍ କରନ୍ତୁ, ଏହା Razor Pay ଏକାଉଣ୍ଟ୍ କୁ ନେଇଯିବ, ସେଠାରେ ଆପଣଙ୍କ ମୋବାଇଲ୍ ନମ୍ବର ଓ ଇ-ମେଲ୍ ଆଇ.ଡି ଦେଇ next ରେ କ୍ଲିକ୍ କଲେ ପେମେଣ୍ଟ୍ ହୋଇଯିବ ଏବଂ ତୁରନ୍ତ ଏହାର pdf ଫର୍ମାଟ୍  ଆପଣଙ୍କ ମୋବାଇଲରେ ସୋ- କରିବ ବା ଦେଖାଯିବ, ଏବେ ଏହାକୁ ଆପଣ ଡାଉନଲୋଡ୍ ଓ ସେଭ୍ କରିପାରିବେ I  ୩୬ଘଣ୍ଟା ମଧ୍ୟରେ ଆପଣଙ୍କ ଇମେଲକୁ ଏହାର ପିଡିଏଫ କପି ଆକ୍ସେସ୍ ଲିଙ୍କ୍ ମେଲ୍ କରିଦିଆଯିବ I ଏହି ବହିର ପିଡିଏଫ କପି ବା ଇ-ବୁକ୍ ମୂଲ୍ୟ ୧୦୦ଟଙ୍କା ରଖାଯାଇଛି I ବହିର ପିଡିଏଫ କପି ବା ଇ-ବୁକ୍ ଅର୍ଡର୍ କରିବା ପାଇଁ ତଳେ ଦିଆଯାଇଥିବା ଫଟୋରେ କ୍ଲିକ କଲେ ଏହି ବହିର ପିଡିଏଫ କପିକୁ ଆପଣ ଅର୍ଡର କରିପାରିବେ I 



ବହି (ପ୍ରିଣ୍ଟ କପି) କେମିତି ଅର୍ଡର କରିବେ

 ଏହାର ପ୍ରିଣ୍ଟ କପି ଅର୍ଡର୍ କରିବାକୁ ତଳ ଫଟୋ ରେ କ୍ଲିକ୍ କରନ୍ତୁ, ଏହା Razor Pay ଏକାଉଣ୍ଟ୍ କୁ ନେଇଯିବ, ସେଠାରେ ଆପଣଙ୍କ ମୋବାଇଲ୍ ନମ୍ବର ଓ ସଂପୂର୍ଣ୍ଣ ଠିକଣା ଦେଇ next ରେ କ୍ଲିକ୍ କଲେ ପେମେଣ୍ଟ୍ ହୋଇଯିବ ଏବଂ ଆଗାମୀ ଆଠଟି କାର୍ଯ୍ୟଦିବସରେ ବହି ଆପଣଙ୍କ ପାଖକୁ ପଠାଇଦିଆଯିବ I

ବହିର ମୂଲ୍ୟ ୨୬୦/- (କୌଣସି ଏକ୍ସଟ୍ରା ଡେ଼ଲିଭରି ଚାର୍ଜ ଲାଗିବ ନାହିଁ)



ଏହି ବହିଟି Amazonରେ ମଧ୍ୟ ଉପଲବ୍ଧ ଅଟେ I ଯଦି amazonରୁ ଅର୍ଡର କରିବାକୁ ଚାହୁଁଛନ୍ତି ତେବେ ତଳେ ଦିଆଯାଇଥିବା Click to Order in Amazon ରେ କ୍ଲିକ କରନ୍ତୁ I 




Previous Next

نموذج الاتصال